ଗୁମୁଡୁମାହ ହତ୍ୟାକାଣ୍ଡ: ଲୋକତନ୍ତ୍ର ଉପରେ ଆକ୍ରମଣ

 

ଯୋଗାନନ୍ଦ କୁମ୍ଭାର (Yogananda Kumbhar)

yogananda Kଗୁମୁଡୁମାହ ହତ୍ୟାକାଣ୍ଡ ରାଜ୍ୟ ନିୟୋଜିତ ଆତଂକବାଦଇତିହାସ ରେ ଆଉ ଏକ କଳଙ୍କ ଅଧ୍ୟାୟ ସୃଷ୍ଟି କରିଛିା ପୋଲିସ୍ ପ୍ରଶାସନ ଦ୍ବାରା ଘଟାଯାଉଥିଵାନରସଂହାର ଓଡିଶା ରାଜ୍ୟ ପାଇଁ କିଛି ନୁଆ ନୁହେଁ, ଏହାର ଇତିହାସ ବହୁ ପୁରୁଣା ଏବଂ ଲମ୍ବା ଅଟୋ କଳାହାଣ୍ଡି ର ଜଗସାଇପାଟନା, କନ୍ଧମାଳର ମାଦାଗୁଡା, ଯାଜପୁର ର କଳିଙ୍ଗନଗର ଇତ୍ୟାଦିର ବିଭତ୍ସ ହତ୍ୟାକାଣ୍ଡ ଚର୍ଚିତ କୁଖ୍ୟାତ ଘଟଣାବଳି ପୁଲିସ-ପ୍ରସାଶନ ର ପାରିବା ପଣିଆର ନଗ୍ନ ନିଦର୍ଶନ ଅଟୋ କନ୍ଧମାଳର ଗୁମୁଡୁମାହ ଠାରେ ଘଟିଥିବା ପୋଲିସ୍ ନରସଂହାର ରୁ ପ୍ରତୀତ ହୁଏ ଯେ ପୋଲିସ୍ଗୁଳିର ଅପବ୍ୟବହାର ରୋକିବାରେ ରାଜ୍ୟ ସରକାର ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି ା ଅନ୍ୟ ପକ୍ଷରେ ପୋଲିସ୍ କି ପ୍ରଶାସନ ପୂର୍ବବର୍ତୀ ନରହତ୍ୟା ଠାରୁ ଲେସ ମାତ୍ର ମାନବିକ ମୂଲ୍ୟବୋଧ ଶିକ୍ଷା ଲାଭ କରିନାହିଁକିମ୍ବା ଅନୁଶୋଚନା ଥିବା ଭଳି ମନେ ହେଉ ନାହି ା ଏହି ସରକାରୀ ଆତଙ୍କବାଦ କେବଳ ଯେ ଓଡିଶା ବା କିଛି ରାଜ୍ୟ ରେ ସୀମିତ ଅଛି ତାହା ନୁହେଁ; ଏହା ସମଗ୍ର ଭାରତ ବର୍ଷ ରେ ମାନବ ତଥା ସମ୍ବିଧାନିକ ମୌଳିକ ଅଧିକାର ପ୍ରତି ବିପଦ ସୃଷ୍ଟି କରିଛି ା ପ୍ରତିବର୍ଷ ପୋଲିସ୍ ଗୁଳିର ଶିକାର ହୋଇ ପ୍ରାଣ ହରାଉ ଥିବା ଲୋକଙ୍କ ମଧ୍ୟରେ ଦଳିତ ତଥା ଆଦିବାସୀ ସମ୍ପ୍ରଦାୟ ର ଲୋକଙ୍କ ସଂଖ୍ୟା ସର୍ବାଧିକ ା ପୋଲିସ୍ର ବର୍ବରତା ତଥା ରାଜ୍ୟ ପ୍ରସାଶନର ଅପାରଗତା ଦେଖି ଏମିତି ଲାଗେ ଯେମିତି ଏଇ ଦଳିତ, ନିସ୍ପେଷିତ, ଆଦିବାସୀ ଲୋକଙ୍କ ବିରୁଦ୍ଧରେ ଶାସନ କଳ ଯୁଦ୍ଧ ଘୋଷଣା କରିଛି ା

ଗୁମୁଡୁମାହର ସମ୍ପୁର୍ଣ୍ଣ ଘଟଣା କ୍ରମ ଏମିତି, ଜୁଲାଇ ୮ ତାରିଖଦିନ ୧୫ ଜଣ ଗ୍ରାମବାସୀ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(MGNREGA) ର ପ୍ରାପ୍ୟ ଆଣିବାକୁ ଯାଇଥିଲେ, ପଇସା ପାଇବା ପରେ, ବଜାର ସାରି ଦୁଇଟି ଅଟୋ ରେ ଘରକୁ ଫେରୁଥିଲେ ା ବର୍ଷା ଦିନିଆ କଚ୍ଚା ମାଟି ରାସ୍ତା ଯୋଗୁଁ ଗୋଟିଏ ଅଟୋର ଚକା କାଦୁଅ ରେ ଭାସିଗଲା ଗାଁ ଠାରୁ ଅଧ କିଲୋମିଟର ଦୁରରେ; ଅଟୋରୁ ଓହ୍ଲାଇ ପୁରୁଷ ମାନେ ଗାଡି ଉଠାଇ ବାରେ ଲାଗିଲେ ଏବଂ ମହିଳା ମାନେ ଚାଲିକି ଗାଁମୁହାଁ ହେଲେ ା ଠିକ ଏହି ସମୟ ରେ ପୂର୍ବରୁ ଲୁଚି ଥିବା ଏସ.ଓ.ଜି ଯବାନଙ୍କଅତର୍କିତ ଆଖିବୁଜା ଗୁଳି ର ଶିକାର ହେଲେ ନିରୀହ ଆଦିବାସୀ ଓ ଦଳିତ ା କିଛି ବୁଝିବା ଆଗରୁ ପାଂଚ ଜଣ ଘଟଣା ସ୍ଥଳରେ ଟଳି ପଡିଲେ ଓ ତିନି ଜଣ ଆହତ ହେଲେ ା ସେଥି ମଧ୍ୟରେ ଦୁଇ ବର୍ଷ ର ଶିଶୁ ମଧ୍ୟ ବାଦ ପଡି ନ ଥିଲା, ଦୁନିଆ ଦେଖିବା ଆଗରୁ ତ ଜୀବନ ଦୀପ ଲିଭିଗଲା ା ଏ ଘଟଣା ଥିଲା ସଂଧ୍ୟା ଆଠଟା କିନ୍ତୁ ଆହତ ମାନଂକୁ ଚିକିତ୍ସା ଯୋଗାଇ ଦିଆଗଲା ଦିନ ୨ ଟା ରେ ଦୀର୍ଘ ୧୮ ଘଣ୍ଟା ବିଳମ୍ବରେ ା କାରଣ ଯବାନ୍ ମାନେ ଘେରାଉ କରି ରଖିଥିଲେ ଘଟଣା ସ୍ଥଳକୁ, ଗଣମାଧ୍ୟମ ର ହସ୍ତକ୍ଷେପ ପରେ ଘେରାଉ ବନ୍ଦୀ ହଟିଲା ା ପୋଲିସ୍ କହିଲା, ମାଓବାଦୀ ସହ ଗୁଳି ବିନିମୟ ର ପରିଣାମ, ଯାହା ଭୁଲ୍ ବୋଲି ପ୍ରମାଣିତ ହେଲା ା ସରକାର ପାଞ୍ଚ ଲକ୍ଷ ର ଅନୁକମ୍ପା ରାଶି ଓ ମୃତକ ପରିବାରର ଜଣକୁ ଚାକିରି ଘୋଷଣା କରି ସମସ୍ୟାର ସମାଧାନ କରିଦେଲେ ା କିନ୍ତୁ ଦୋଷୀ ମାନଂକ ବିରୁଦ୍ଧ ରେ ପଦୁଟିଏ କହିଲେ ନାହି କି ଦୃଷ୍ଟାନ୍ତ ମୂଳକ ଆଶୁ କାର୍ଯ୍ୟାନୁଷ୍ଠାନ ନେବାକୁ ଉଚିତ୍ ମଣିଲେ ନାହି ା ସମ୍ପୃକ୍ତ ଏସ୍. ପି ଓ ଏସ.ଓ.ଜି ମୁଖ୍ୟଙ୍କୁ ନିଲମ୍ବନକଲେ ନାହିଁ; କେବଳ ଅନୁସନ୍ଧାନ କରିବା ପାଇଁ କମିଶନ ଗଠନ କରି ହାତ ଝାଡି ଦେଲେ ା ନିଲମ୍ବନ କରିବା ନ୍ୟାୟିକ ପ୍ରକ୍ରିୟାର ଏକ ମୁଖ୍ୟ ଅଂଶ ବିଶେଷ ଅଟେ; କାରଣ କ୍ଷମତା ର ଦୁରୁପଯୋଗ କରି ସମ୍ପୃକ୍ତ ଅଧିକାରୀ ତଥ୍ୟ/ପ୍ରମାଣ କୁ ନିଜ ସପକ୍ଷରେ କରିବାର ଆଶଙ୍କା ରହିଥାଏ ା ସାରଥୀ ବାବା ମାମଲା ରେ ସତିଶ ଗଜଭିୟ କୁ ନିଲମ୍ବନ କରିବା ଏବଂ ଗୁମୁଡୁମାହ ମାମଲାରେ ଏସ୍. ପି. ପିନାକୀ ମିଶ୍ର କୁ ଘଣ୍ଟ ଘୋଡାଇବା ସରକାର ର ଦଳିତ/ ଆଦିବାସୀ ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ ବାରି ହୁଏ ା ମୁଖ୍ୟ ମନ୍ତ୍ରୀ ସମାଜର ତଳ ଶ୍ରେଣୀର ଲୋକଙ୍କ ଜୀବନ ପ୍ରତି କେତେ ଗୁରୁତ୍ଵଦିଅନ୍ତି ଏବଂ ତାଙ୍କ ନ୍ୟାୟ ପ୍ରତି କେତେ ପ୍ରଚେଷ୍ଟା ତାହା ଆଜି ପଦାରେ ପଡି ଯାଇଛି ା ସତ କହିବାକୁ ଗଲେ ଏଇ ପାତର ଅନ୍ତର ନୀତି ନବୀନ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି ାଦ୍ଵିତୀୟ ରେ ପ୍ରଶ୍ନ ଉଠେ କମିଶନତଦନ୍ତ ଉପରେ; ଓଡିଶା ଇତିହାସ ରେ କମିଶନତଦନ୍ତ ର ଫଳାଫଳ ଶୂନା କେଉଁଠି କମିଶନବାଟ ବଣା ହୋଇଯାଇଛି ତ କେଉଁଠି ଠିକଣା ସମୟରେ ରିପୋର୍ଟ ଦାଖଲ କରିପାରି ନାହିଁ ା ଯେଉଁଠି ବି ରିପୋର୍ଟ ଦାଖଲ ହେଇଛି ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ା ତେଣୁ କମିଶନ ନ୍ୟାୟ ପ୍ରଦାନର ମାଧ୍ୟମ ହେଇ ପାରିବ ଭାବିବା ଭୁଲ୍ ା

ଗୁମୁଡୁମାହ ପରି ଅନେକ ଘଟଣା କ୍ରମ, ତତ ସଙ୍ଗେ ଏପରି ଅନେକ ଘଟଣାବଳୀର ବିସ୍ତୃତ ଓ ଗଭୀର ଅନୁଧ୍ୟାନ ରୁ ସ୍ପଷ୍ଟ ହୋଇଯାଏ ଯେ, ଗଣତନ୍ତ୍ର ଶାସନ ବ୍ୟବସ୍ଥା ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ସମସ୍ୟା ଗୁଡିକର ସମାଧାନ ର ମାଧ୍ୟମ ହେବା ପରିବର୍ତେ ନୂତନ ଜଟିଳ ସମସ୍ୟା ସବୁ କୁ ଜନ୍ମ ଦେଇଛି ାଆଜି ବି ଦଳିତ ଆଦିବାସୀଙ୍କ ଜୀବନ ଜୀବିକା ରେ କିଛି ବିଶେଷ ଉନ୍ନତି ହେଲା ଭଳି ପରିଲକ୍ଷିତ ହୁଏ ନାହି ା ସମାଜରେ ମାନବ ମର୍ଯ୍ୟାଦା ଓ ଆତ୍ମ ସମ୍ମାନ ସହ ବଂଚିବା ପାଇଁ ଏମାନେ ସଂଘର୍ଷ ରତ ା ରାଜନୈତିକ ଦଳ ମାନଙ୍କ ପଶା ଖେଳ ରେ ଏମାନେ ଶୋଷିତ, ଲାଂଛିତ, ଅବାଂଛିତ; ଏମାନେ ଲୋଡା ପଡନ୍ତି କେବଳ ନିର୍ବାଚନରେ ାଜଙ୍ଗଲ ଆଛାଦିତ ଓ ପାହାଡ ପରିବେଷ୍ଟିତ ଅଞ୍ଚଳରେ ଦଳିତ, ଆଦିବାସୀ, ଖଟିଖିଆ, ଗରିବ, ଭୁମିହୀନ ବହୁଜନ ଲୋକଙ୍କ ଜୀବନ ପ୍ରଣାଳୀ ଏବଂ ଅବସ୍ଥା ଅନୁଧ୍ୟାନ କଲେ ଭାରତର ଭିନ୍ନ ଏକ ସ୍ଵରୁପ ସାମନା କୁ ଆସିବ; ଯାହାକି ଅବହେଳିତ, ପରିତ୍ୟକ୍ତ, ଅବିକଶିତ, ମୁଖ୍ୟ ସ୍ରୋତରୁ ବିଛିନ୍ନ ାଏପରିକି ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହ ତଥା ମାନବ ସଭ୍ୟତାର ପୁର୍ଣ ବିକାଶ ପାଇଁ ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ ଠାରୁ ବହୁ ଦୂରରେ ଏମାନେ ା ସତ କହିବାକୁ ଗଲେ ଏହିସବୁ ଅଂଚଳରେ ବିକାଶର ବିନ୍ଦୁ ବିସର୍ଗ ଆଜିଯାଏପହଞ୍ଚିପାରିନାହିଁ ଲୋକଙ୍କ ପାଖରେ, ଦୀର୍ଘ ସତୁରି ବର୍ଷ ର ସ୍ଵାଧିନତା ପରେ ା ଏଥିପାଇଁ ସରକାରୀ ଯୋଜନା ଏବଂ ତାର କାର୍ଯ୍ୟକାରିତା ଅନେକ ମାତ୍ରରେ ଦାୟୀ ାଅନ୍ୟ ପକ୍ଷରେ ଏସ.ଓ.ଜି, ଗ୍ରୀନହଂଟ, କୋବ୍ରା ବାହିନୀ ଇତ୍ୟାଦି ବିକାଶ ର ଏଜେଣ୍ଟ ସାଜିଛନ୍ତି ସରକାରଙ୍କ ବିକାଶର ସ୍ଵପ୍ନ କୁ ସାକାର କରିବା ପାଇ ା ସମ୍ବିଧାନର ସୁନିଶ୍ଚିତତା (ସମ୍ମାନନୀୟ ଜୀବନ, ଜୀବିକା, ବଂଚିବାର ଅଧିକାର ) ସତ୍ତେ ଶାସକ ବର୍ଗର ଅନିଛୁକତା ହିଁ ଏହାର ମୁଖ୍ୟ କାରଣ ା ରାଜ୍ୟର ଆଚରଣ ସମାଜରେ ଥିବା ତଳ ଶ୍ରେଣୀୟ ଲୋକଙ୍କ ପ୍ରତି କିପରି ତାହା ସହଜରେ ଅନୁମେୟ ାସାଧାରଣ ଜନତାଙ୍କ ପ୍ରତି ଅବହେଳା ଓଡିଶା ପ୍ରଦେଶ ରେ ସୀମିତ ହୋଇ ରହିନାହିଁ; ଅମାନବିକ ଅତ୍ୟାଚାରିତ ଶାସନ ସମସ୍ତ ରାଜନୈତିକ ଦଳ ଦ୍ବାରା ପ୍ରତିଫଳିତ ହେଇଛି ାଫଳସ୍ଵରୂପ ଏହା ଗଣତନ୍ତ୍ର ବ୍ୟବସ୍ଥା ପ୍ରତି ଆସନ୍ନ ବିପଦ ସୃଷ୍ଟି କରିଛି ା ଶାସକଦଳ ମାନକ ଏପରି ଆଚରଣ ଭାରତୀୟ ସମ୍ବିଧାନର ଉଲଂଘନ ଅଟେ ା ଭାରତ ସ୍ଵାଧିନତାର ସତୁରି ବର୍ଷ ଅତିକ୍ରାନ୍ତ କଲାପରେ ମଧ୍ୟ ଦଳିତ ଆଦିବସୀ ପାଇଁ ପ୍ରକୃତ ସ୍ଵାଧିନତା ଆଣିପାରି ନାହିଁ ା ଏମାନେ ଆଜି ମଧ୍ୟ ନିଜ ଦେଶ ରେ ଦ୍ଵିତୀୟ ଶ୍ରେଣୀ ର ନାଗରିକ ପରି ଜୀବନ ତଥା ଜୀବିକା ଅତିବାହିତ କରନ୍ତି ା ଏପରି ପରିସ୍ଥିତି ରେ ରାଜ୍ୟର ବୈଚାରିକ ମୂଲ୍ୟବୋଧ ଓ ଚରିତ୍ର ଉପରେ ସନ୍ଦେହ କରିବା ସ୍ବାଭାବିକ ା

ଏହି ବିଶ୍ଳେଷଣରୁ ପ୍ରତୀତ ହୁଏ ଯେ ଆମ ଗଣତନ୍ତ୍ର ବ୍ୟବସ୍ଥା କେଉଁଠି ବାଟ ବଣା ହେଇ ଯାଇଛି , ଯଦିଓ ଏହା ପୃଥିବୀ ର ସର୍ବ ବୃହତ୍ ଲୋକତନ୍ତ୍ର ା ଭାରତୀୟ ଗଣତନ୍ତ୍ର ଲୋକସଂଖ୍ୟା ଅନୁଯାଇ ପ୍ରତିନିଧି ମୂଳକ ଶାସନରେ ବିଶ୍ଵାସ ରଖେ ା କିନ୍ତୁ ବିଡମ୍ବନା ଏହା ଯେ, ଓଡିଶା ଦଳିତ (୧୬.୨୫%) ଓ ଆଦିବାସୀ (୨୨.୫୦%) ବହୁଳ ସମାଜ ହୋଇ ଥିଲେ ମଧ୍ୟ ଶାସକ ହେବାର ସୁଯୋଗ ପାଇ ପାରି ନାହିଁ ା ଦୀର୍ଘ ସତୁରି ବର୍ଷର ଓଡିଶା ରାଜନୀତିରେ ଜଣେ ହେଲେ ଦଳିତ ମୁଖ୍ୟ ମନ୍ତ୍ରୀ ହେବାର ଉଦାହରଣ ମଧ୍ୟ ନାହିଁ ା ଏଥିରୁ ସ୍ପଷ୍ଟ ଯେ ସଂଖ୍ୟା ଲଘୁ ସମ୍ପ୍ରଦାୟ ଶାସନ କଳକୁ ନିଜ ଅକ୍ତିଆର ରେ ରଖିଛି, ଏହା ଓଡିଶା ଇତିହାସରେ ମୁଖ୍ୟ ମନ୍ତ୍ରୀ ମାନଂକ ସାଂଗିଆ ରୁ ଜାଣି ହେବ ା ଲୋକତନ୍ତ୍ର ରେ ରାଜନୈତିକ ସତ୍ତା ଏକ ବଳିଷ୍ଟ ଅମୋଘ ଔଷଧ ସାମାଜିକ ତଥା ଅର୍ଥନୈତିକ ରୋଗ କୁ ଦୁର କରିବା ପାଇଁ ା ଏଠି ଜର୍ମାନ୍ ଦାର୍ଶନିକ କାର୍ଲମାର୍କ୍ସଙ୍କ ଉକ୍ତି ପ୍ରାସଙ୍ଗିକ ମନେ ହୁଏ, "ଶ୍ରମିକ ମାନେ ରାଜ ନୈତିକ ସତ୍ତା ଦ୍ବାର କିଛି ହରେଇବେ ନାହି କେବଳ ହରେଇବେ ତାଙ୍କଦାସତ୍ଵର ବନ୍ଧନକୁ" ା ଦଳିତ ଓ ଆଦିବାସୀଙ୍କ ହାତରେ ରାଜନୈତିକ ଶକ୍ତି ତାଙ୍କ ସାମାଜିକ ଓ ଅର୍ଥନୈତିକ ସମସ୍ୟାକୁ ଦୂର କରିବାରେଏକ ବଳିଷ୍ଟ ମାଧ୍ୟମ ହେଇ ପାରିବ ଏଥିରେ ସନ୍ଦେହ ନାହିଁ ା

~~~

 

ଯୋଗାନନ୍ଦ କୁମ୍ଭାର, ସମାଜଶାସ୍ତ୍ର ର ଛାତ୍ର ବଲାଙ୍ଗିର, ଓଡିଶା

Other Related Articles

Mahatma Phule's Thoughts on Caste-Patriarchy: A Critical Evaluation
Thursday, 16 November 2017
  Sachin Garud It is a well-known fact that at the time of India's national movement, there was another movement known as the movement of social engineering or social revolution, led by Mahatma... Read More...
Becoming Minority- An Unsettling Inquiry into a ‘Settled’ Concept
Wednesday, 15 November 2017
  Bhakti Deodhar (Book review of Becoming minority: How Discourses and Policies Produce minorities in Europe and India, edited by Jyotirmay Tripathi and Sudarshan Padmanabhan, New Delhi, Sage... Read More...
Celebrating 7th November as Students' Day
Friday, 10 November 2017
  Rahul Pagare The government of Maharashtra declared 7th of November to be celebrated as Students' Day on the occasion of Dr. Babasaheb Ambedkar's first day of school entry, back in 1900 AD.... Read More...
Problematic Dalit Middle Class
Friday, 03 November 2017
  Dr. Y. Srinivasa Rao Dalits in India are mostly poor. However, there is a sizable middle class and very few rich. Poor and rich categories are not the point of discussion here, and neither is... Read More...
Dalit Human Rights Lawyer Faces Fabricated Charges, Threats
Tuesday, 24 October 2017
  Amnesty International India 18 October 2017 Authorities in Haryana must drop fabricated charges against Rajat Kalsan, a Dalit lawyer and human rights defender, and ensure that he receives... Read More...

Recent Popular Articles

Independence for whom?
Saturday, 26 August 2017
  Parth Shrimali On 14th August, a day before the 71st Independence Day, a Dalit man was assaulted in Sojitra village in Anand district of Gujarat for skinning a dead cow. Earlier this year, in... Read More...
What's caste? What's reservation?
Thursday, 07 September 2017
  Vinay Shende Every few days, there are news and reports that come out telling us that SC/ST/OBC students committed suicide or dropped-out from College/ University due to Caste discrimination.... Read More...
Caste in the UK - British Government Seeks Answers from Indian Community
Monday, 12 June 2017
  Round Table India  If Hindus migrate to other regions on earth, Indian caste would become a world problem.~ Babasaheb Dr. BR Ambedkar, Castes in India (1916) A new initiative by activists... Read More...
From Brahmanisation to Privatisation: The Case of Tata Institute of Social Sciences
Saturday, 12 August 2017
  Arun Mahanand From Brahmanisation to Privatisation of Education, at the Cost of Dalit-Bahujan Students: Case of Tata Institute of Social Sciences Until the last semester, the Tata Institute of... Read More...
When erasure from memory is also a human rights violation
Wednesday, 02 August 2017
  Dr. Sylvia Karpagam The human rights organisation, Amnesty International has brought out two reports, one in 2016 and another in 2017, highlighting details of prisoners facing death penalties... Read More...