'ସହିଷ୍ଣୁତା' ଓ 'ଅସହିଷ୍ଣୁତା'

 

ଦେବନୁରୁ ମହାଦେବ (Devanuru Mahadeva)

'ସହିଷ୍ଣୁତା' ଓ 'ଅସହିଷ୍ଣୁତା' ଆଜିର 'ମୋତେ ଛୁଅଁ ନାହିଁ' ଶବ୍ଦ ହେଇଯାଇଛି। ଶୁଦ୍ଧତା କୁ ଅସ୍ପୃଶ୍ୟତା ସହିତ ଯୋଡିକରି,ଭାରତ ଏକ ଅର୍ଧ-ମୃତ ଏବଂ ଅର୍ଧ-ଜିଅନ୍ତା ଲୋକଙ୍କ ଦେଶରେ ପରିଣତ ହୋଇଯାଇଛି । ସେଥୀପାଇଁ ଯେତେ କମ କହିବେ, ସେତେ ସୁରକ୍ଷୀତ । ମୁ ଭି ବୁଝିବାକୁ ଚେଷ୍ଟା କରୁଛି । ଆଜିର ପ୍ରଚଳିତ ଅସହିଷ୍ଣୁତାକୁ ନବୁଝି,ସହିଷ୍ଣୁତାକୁ ବୁଝିହେବନି। ଉଦାହରଣତଃ: ଜୁନ ୮,୨୦୧୬ 'ପ୍ରଜାବାଣୀ' ରେ ଖବର ଛପିଲା ଯେ ମୟସୁରୁ ବିଶ୍ୱବିଦ୍ୟାଳୟର ଦଳିତ ଛାତ୍ରମାନେ ବିରୋଧରେ ରାମ ବହାଦୁର ରାୟଙ୍କ ପୁତ୍ତଳିକା ଦହନ କରିଲେ । ରାମ ବହାଦୁର ରାୟ ଆର.ଏସ.ଏସ. ସହିତ ଜଡିତ ଜଣେ ପତ୍ରକାର ।'ଆଉଟଲୁକ' ସହିତ ଏକ ସାକ୍ଷାତକାରରେ ରାମ ବହାଦୁର ରାଇ କହିଥିଲା ଯେ ଡା. ଆମ୍ବେଦକର ସମ୍ବିଧାନ ଲେଖିନଥିଲେ , ଖାଲି ସଂଶୋଧନ ଓ ଅନୁବାଦ କରିଥିଲେ ।ଏଇ ବକ୍ତବ୍ୟ ପାଇଁ ହିଁ ଦଳିତ ଛାତ୍ରମାନେ ବିରୋଧ କରିଥିଲେ।

devanuru mahadeva LokeshMosaleCreditDM2

ଏଇ ଉଦାହରଣରେ ସହିଷ୍ଣୁତା କଣ ଓ ଅସହିଷ୍ଣୁତା କଣ ? ମନୁସ୍ମୃତିର ବିଧିକୁ ବାସ୍ତବିକତାରେ ସମ୍ବିଧାନ ମାନିବା କଣ ଅସହିଷ୍ଣୁତା ନୁହେଁ ? ନା ରାମ ବହାଦୁର ରାୟ ର ବକ୍ତବ୍ୟକୁ ବିରୋଧ କରି ପ୍ରତିବାଦ କରିବା ଅସହିଷ୍ଣୁତା ? ଏଇ କଥା ଭାବି ମନରେ ଅସ୍ବସ୍ତିକର ଭାବ ସୃଷ୍ଟି ହୁଏ ଯେବେ ଆମେ ଜାଣିଛୁ ଯେ ଡା. ଆମ୍ବେଦକର ସମ୍ବିଧାନ ର ରଚନା କରିଥିଲେ । ମୋ ମତରେ ଆର.ଏସ.ଏସ. ର ରାମ ବହାଦୁର ରାୟର ବକ୍ତବ୍ୟ ହେଉଛି ଅସହିଷ୍ଣୁତା , ଦଳିତ ଛାତ୍ରମାନଙ୍କ ପ୍ରତିକ୍ରିୟା କେବଳ ରୋଷ ।

ଅତିରିକ୍ତ ସ୍ପଷ୍ଟୀକରଣ ପାଇଁ ଏସ ଏନ ବାଳଗଙ୍ଗାଧରଙ୍କ ପ୍ରବନ୍ଧ 'ଭାରତ ରେ କୋଉ ପ୍ରକାରର ଅସହିଷ୍ଣୁତା ବଢୁଛି?' ପଢିବା ଯଥେଷ୍ଟ ହେବ । ଦେଖିବା ସିଏ ନିଜେ କଣ ସବୁ ଉଦାହରହରଣ ଦେଇଛନ୍ତି :

"ପ୍ରଥମତଃ,ଜଣେ ମାନସିକ ରୂପେରେ ଅସ୍ଥିର ବ୍ୟକ୍ତି ଭେଙ୍କଟ ଯାହାକୁ ଲୋକେ 'ପାଗଳ ଭେଙ୍କଟ' ବୋଲି ଡାକୁଥିଲେ,ଗୋଟିଏ ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମ ରେ ଆମ୍ବେଦକରଂକ ଉପେକ୍ଷ୍ୟା କରିଥିଲା । ସେ ଆମ୍ବେଦକରଂକୁ ନିଜ ପାଦ ର ଚପଲ ବୋଲି କହିଥିଲା,କିନ୍ତୁ କୌଣସି ଖବରକାଗଜ ଏଇ ଶବ୍ଦ କୁ ଦୋହରାଇବାକୁ ସାହସ କରିଲେ ନାହିଁ । ଖବରକାଗଜରେ ଏତିକି ମାତ୍ର ଉଲ୍ଲେଖ ହେଲା ଯେ ଭେଙ୍କଟ ଆମ୍ବେଦକରଂକ ବିରୋଧରେ ଅତ୍ୟନ୍ତ ଅପମାନସୂଚକ ଓ ନିନ୍ଦନୀୟ ମନ୍ତବ୍ୟ ଦେଇଥିଲା । ଏକଥା ଜମା ବୁଝିହେଉନି ଯେ କୋଉ ଲୋକ ପ୍ରତି ଅପମାନସୂଚକ ଓ ନିନ୍ଦନୀୟ ଶବ୍ଦର ପ୍ରୟୋଗ କାହିଁକି କରାଯାଇପାରିବ ନାହିଁ । ଭାରତୀୟ ବୋଲ-ଚାଲ ରେ ଭଗବାନ ସମେତ କାହାପ୍ରତି ଭି ନିନ୍ଦାପୁର୍ଣ ଭାଷା ର ପ୍ରୟୋଗ ହୋଇପାରେ । ଆମ୍ବେଦକର କଣ ଭଗବାନଙ୍କ ଠୁ ଭି ବଡ ? ଭେଙ୍କଟ ର ଏଇ ମନ୍ତବ୍ୟ ପାଇଁ ବାଙ୍ଗାଲୋରରେ ଆମ୍ବେଦକରଂକ ଅନୁଗାମୀ ମାନେ ଭେଙ୍କଟର କାରକୁ ଘେରାଉ କରି ତାକୁ ଟଣାଓଟରା କରି କ୍ଷତ ବିକ୍ଷତ କରିଥିଲେ ଓ ତା ମୁହଁରେ କଲା ପିଚୁ ବୋଳିଦେଇଥିଲେ ।"

ଏକଥା କହିଲା ପରେ ସେ ଦ୍ଵିତୀୟ ଉଦାହରଣ ଦେଇଛନ୍ତି :

"ହାଇଦ୍ରାବାଦରେ କିଛିଦିନ ପୂର୍ବରୁ ଆୟୋଜିତ ଗୋଟିଏ ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀରେ ମୁ ଆମ୍ବେଦକରଂକୁ ବୌଦ୍ଧିକ ଭିତିରୁ ମାନିବାକୁ ମନା କରିଦେଇଥିଲି ଓ ତାଙ୍କୁ ମୂର୍ଖ କହିଥିଲି ।ଏଇ ଗାଳିକୁ (ମୋ କଥା କୁ ଏମିତିହିଁ ବୁଝାଗଲା) ଆଧାର କରି ଭାରତରେ ଆମ୍ବେଦକରଂକ ଅନୁଗାମୀମାନେ ମୋ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଛନ୍ତି । ଏଇ ଦୁଇ ଉଦାହରଣରୁ ଜଣାଯାଉଛି ଯିଏ ଭି ଆମ୍ବେଦକରଂକ ସମାଲୋଚନା କରିବାକୁ ସାହସ କରେ,ଆମ୍ବେଦକରଂକ ଅନୁଗାମୀ ମାନେ ସେମାନଙ୍କ ପ୍ରତି ଅତ୍ୟନ୍ତ ଅସହିଷ୍ଣୁ ହେଇଯାନ୍ତି ।"

ଏମିତିହିଁ କାଉ ରାବିଲା ଭଳିଆ ବକବକ ଚାଲୁ ରହିଛି ବାଳଗଙ୍ଗାଧର ର ...

ହଉ , ଛାଡ଼ନ୍ତୁ । ପାଗଳ ଭେଙ୍କଟ ତ ଭାବପ୍ରବଣ ହେଇ ଖରାପଭାଷାର ପ୍ରୟୋଗ କରିଥିଲା ...ତାର ମନା ସଫା ଥିଲା , ସେ ଭୂଲ ମାନି କ୍ଷମା ଭି ମାଗିଥିଲା । ଆସନ୍ତୁ ଏବେ ପାଗଳ ବାଳଗଙ୍ଗାଧର ର ସେଇ ବକ୍ତବ୍ୟ ଉପରେ ଧ୍ୟାନ ଦେବା ଯେଉଁଠି ସିଏ ଉପହାସପୂର୍ବକ ଢଙ୍ଗରେ କହନ୍ତି ଯେ ତାଙ୍କୁ ସତରେ ବହୁତ ଦୁଃଖ ହେଉଛି ଯେ ସିଏ ଆମ୍ବେଦକରଂକ ପାଇଁ କେବଳ ମୂର୍ଖ ଶବ୍ଦର ପ୍ରୟୋଗ କରିଥଲେ , ତାଙ୍କୁ ତ କହିବ ଥିଲା ଯେ 'ଆମ୍ବେଦକରଙ୍କ ସାମ୍ନାରେ ଆଲିଆ ଭଟର ପ୍ରତିଭା ମଧ୍ୟ ଫିକା ପଡ଼ିଯିବ' ।ପୂର୍ବରୁ ହାଇଦ୍ରାବାଦ ସମ୍ମିଳନୀ ରେ ସେ କହିଥିଲେ ଯେ ସିଏ ବୁଝିପାରୁନାହାନ୍ତି କେମିତି କଲମ୍ବିଆ ବିଶ୍ୱବିଦ୍ୟାଳୟ ଡ଼ା. ଆମ୍ବେଦକର ଭଳିଆ ଜଣେ ମୁର୍ଖଙ୍କୁ ଡ଼କ୍ଟୋରେଟ ଡ଼ିଗ୍ରୀ ପ୍ରଦାନ କରିଥିଲେ । ଏହି କଥା ବୁଝିବା ତ କେମିତି ବୁଝିପାରିବା ଆମେ ? ଏହି ଭିତରୁ କେଉଁ କଥା ଅସହିଷ୍ଣୁତା ?

ଆସନ୍ତୁ ଦେଖିବା ଆଉ ଗୋଟିଏ ଉଦାହରଣ : ମୟସୁରୁ ପାଖ ଗୋଟିଏ ଗାଁ ଉଡ଼ବୁରୁ ରେ ପଛୁଆ ଜାତି ଓ ଦଳିତଙ୍କ ଭିତରେ ଏକ ବିବାଦ ଉତ୍ପନ୍ନ ହେଇଗଲା । ହୁଏତ ଜଣେ ଦଳିତ ପୁଅ ଅନ୍ୟ ଜାତିର ଜଣେ ଝିଅକୁ ଭଲ ପାଉଥିଲା , ନାହିଁତ ସିଏ ପୁଅ ସେ ଝିଅକୁ ଚିଡ଼େଇଥିଲା । ଯେତେବେଳେ କୋଳାହଳ ଆରମ୍ଭ ହେଲା , ପଛୁଆ ଜାତିର ଲୋକମାନେ ସେଇ ଦଳିତ ଘରେ ପଶି ଖୋଜାଖୋଜି କରି ବହୁତ ଗୁଡ଼ାଏ ଜିନିଷ ଯାହାସବୁ ଆମକୁ ଝାକଝକିଆ ଲାଗେ ଯେମିତିକି ଟେଲିଭିଜନ , ସ୍କୁଟର , ଘଣ୍ଟା ଇତ୍ୟାଦି ସବୁ ଭଙ୍ଗାରୁଜା କରିଥିଲେ । ସେ ଦଳିତ ପୁଅର ସେ ଝିଅ ପ୍ରତି ପ୍ରେମ କଣ ଅସହିଷ୍ଣୁତାର କାରଣ ନା ସେମାନଙ୍କ ଜୀବନଶୈଳୀ ସମାନ ଅଥବା ଉନ୍ନତତର ହେବା ଅସହିଷ୍ଣୁତାର କାରଣ ? ରାମ ବହାଦୁର ରାୟ ଓ ପ୍ରଫେସର ପାଗଳ ବାଳଗଙ୍ଗାଧର କଣ ସେଇ ମାନସିକତାର ଲୋକ ନୁହନ୍ତି ?

devanuru mahadeva LokeshMosaleCreditDM3

ନିରୀକ୍ଷଣ କରିଲେ ଆମେ ଜାଣି ପାରିବା ଯେ ଅସହିଷ୍ଣୁତାର ପ୍ରେତଛାୟା ଆମ ଜାତିପ୍ରଥା ସହିତ ଅଙ୍ଗାଙ୍ଗି ଭାବେ ଜଡିତ ।ଏହା ପ୍ରାଚୀନ ଉପନିବେଶବାଦର ଉଦାହରଣ । ଏଇ ପ୍ରେତଛାୟା ଏଭଳି ଏକ ସାମାଜିକ ବ୍ୟବସ୍ତା ଯାହା କି ସତର୍କ ନାହିଁ ସେଇଠି ଭୟଙ୍କର ଅସମାନତା କୁ ଗ୍ରହଣଯୋଗ୍ୟ କରିଦେଇଛି । ଭାରତୀୟ ଜାତିପ୍ରଥା ଅପ୍ରତକ୍ଷ ଅସହିଷ୍ଣୁତା ଛଡା ଆଉ କିଛି ନୁହେଁ । ଯେତେବେଳେ ଏହି ଅନ୍ୟାୟରୁ ଉତ୍ପୀଡ଼ିତ ଲୋକମାନେ ଉଜାଗର ହୁଅନ୍ତି , ସେତେବେଳେ ତାହା ଏକ ଆନ୍ଦୋଳନର ରୂପ ନିଏ । ଭାରତୀୟ ଜାତିପ୍ରଥା ରେ ଯେଉଁ ପରମ୍ପରାଗତ ସମ୍ପର୍କ ଅଛି ତାହା ଏକ ଅମାନୁଷିକ ପ୍ରାଣୀ ଓ ପୋଷା ଜୀବ ମଧ୍ୟରେ ସମ୍ପର୍କ, ଏହି କଥା କଳ୍ପନା ଭି କରିବା ସମ୍ଭବ ନୁହେଁ । ଜାତିପ୍ରଥାରୁ ଉତ୍ପୀଡ଼ିତ ଯଦି ଉଜାଗର ହୋଇଉଠନ୍ତି , ତେବେ ଏହି ସମ୍ବନ୍ଧ ଗୋଟିଏ ଚିତାବାଘ ଓ ଅମାନୁଷିକ ପ୍ରାଣୀ ମଧ୍ୟରେ ସମ୍ପର୍କ ଭଳିଆ ହେଇଯାଏ । ସେତେବେଳେ ଆମକୁ ଆନ୍ଦୋଳନ ଏବଂ ସଂଘର୍ଷ ଦେଖିବାକୁ ମିଳେ । ଏହା ଅସହିଷ୍ଣୁତା ନୁହେଁ , ଏହା ସେଇ ଅସହିଷ୍ଣୁତା ବିରୋଧରେ ବିଦ୍ରୋହ ଯାହାକି ଏକ କଠୋର ସାମାଜିକ ବ୍ୟବସ୍ତାର ଏକ ଅବିଚ୍ଛନ୍ନ ଅଙ୍ଗ ।

ଆମେ ମାନବୀୟ ସମ୍ପର୍କ ଚାହୁଁ , ଏମିତି ଏକ ସମ୍ପର୍କ ଯାହାର ଭିତି ହେଉଛି ସମାନତା ଏବଂ ଆଦର । ଏଥିପାଇଁ ଯଦି ଆମେ କେବଳ ୫ ମିନଟ ପାଇଁ ଚିନ୍ତା କରିବା ଯେ ଆମେ ଅନ୍ୟ ଏକ ଜାତିରେ ଜନ୍ମ ନେଇଛେ , ତାହେଲେ ପର୍ୟାପ୍ତ ହେବ । ଯଦି ଆମେ ଜଣେ ଦଳିତ ଅଥବା ଜଣେ ନାରୀ ଭାବରେ ଚିନ୍ତା କରିବା , ତେବେ ଆମେ ଜାଣିପାରିବ ଯେ ସହିଷ୍ଣୁ କିଏ । ସହିଷ୍ଣୁତା ପରିବର୍ତନ ର ବୀଜ ଅଙ୍କୁରିତ କରି ଉଠିବ ..

ଏହି ପ୍ରବନ୍ଧ ଜୁଲାଇ ୪ , ୨୦୧୬ ରେ ଆୟୋଜିତ ଡା.ବେସଗରହଲି ରମଣ ପୁରସ୍କାର ବିତରଣୀ ସମାରୋହରେ ଦିଆଯାଇଥିବା ଏକ ବାର୍ତ୍ତା ର ଲିଖିତ ପ୍ରତିଲିପି । ଏଇ ଲେଖାର ଓଡ଼ିଆ ଅନୁବାଦ ପ୍ରିୟବ୍ରତ ମହାପାତ୍ର କରିଛନ୍ତି

 ~~~
 

ଏଇ ଲେଖା ପ୍ରଥମେ କନ୍ନଡା ରେ ପ୍ରକାଶିତ ହେଇଥିଲା , ଯାହାର ଇଂଗ୍ରାଜୀ ଏବଂ ହିନ୍ଦୀ  ଅନୁବାଦ ରାଉଣ୍ଡ ଟେବଲ ଇଣ୍ଡିଆ ରେ ପ୍ରକାଶିତ ହେଇଛି .

ଦେବନୁରୁ ମହାଦେବ ଗତବର୍ଷ ବଢୁଥିବା ଅସହିଷ୍ଣୁତାର ବିରୋଧରେ ନିଜର ପଦ୍ମଶ୍ରୀ ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ଫେରେଇ ଦେଇଥିଲେ । ସେ ଜଣେ ଆଦରଣୀୟ ବୁଦ୍ଧିଜୀବୀ ଭାବରେ ଜଣାଜାନ୍ତି ଓ କର୍ଣ୍ଣାଟକା ରେ ଯୁବ ଏକ୍ଟିଭିଷ୍ଟ ମାନଙ୍କୁ ପ୍ରଭାବିତ ଓ ପ୍ରେରିତ କରନ୍ତି । ତାଙ୍କ ଲିଖିତ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ରୁ ପୁରସ୍କୃତ ଉପନ୍ୟାସ 'କୁସୁମ ବାଲେ' ର ଇଂଗ୍ରାଜୀ ଅନୁବାଦ ଅକ୍ସଫୋର୍ଡ ୟୁନିଭେର୍ସିଟି ପ୍ରେସ୍ର ଦ୍ୱାରା ପ୍ରକାଶିତ ହୋଇଛି ।

ଛାୟାଚିତ୍ର ସୌଜନ୍ୟ : ଲୋକେଶ ମୋସାଲେ

 

Other Related Articles

The Spectre of Justice Karnan haunts the Indian Judiciary
Sunday, 19 November 2017
  Dharmaraj Kumar Indian judiciary system is said to be confronted with a crisis of judicial accountability following the alleged contemptuous act of Prashant Bhushan in the Supreme Court, that... Read More...
Mahatma Phule's Thoughts on Caste-Patriarchy: A Critical Evaluation
Thursday, 16 November 2017
  Sachin Garud It is a well-known fact that at the time of India's national movement, there was another movement known as the movement of social engineering or social revolution, led by Mahatma... Read More...
Becoming Minority- An Unsettling Inquiry into a ‘Settled’ Concept
Wednesday, 15 November 2017
  Bhakti Deodhar (Book review of Becoming minority: How Discourses and Policies Produce minorities in Europe and India, edited by Jyotirmay Tripathi and Sudarshan Padmanabhan, New Delhi, Sage... Read More...
Speech and the Speaker's Identity
Monday, 13 November 2017
  Tejas Harad In 2016, famous Indian author Chetan Bhagat published a novel called One Indian Girl. This book was criticised by some women because the book's narrator, who is also its... Read More...
Celebrating 7th November as Students' Day
Friday, 10 November 2017
  Rahul Pagare The government of Maharashtra declared 7th of November to be celebrated as Students' Day on the occasion of Dr. Babasaheb Ambedkar's first day of school entry, back in 1900 AD.... Read More...

Recent Popular Articles

70 years old Dalit woman beaten up and threatened to kill by dominant caste men
Thursday, 27 July 2017
  Deepak Kumar & Rajeshwar Names of the Victims: Maggidi Buchhamma, 70 years, and her daughter Maggidi Manga.  Dominant Caste Culprits: Baltha Rajamouli and his son and Allam... Read More...